ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି ବିଏମସି ମେୟର ଏବଂ କମିଶନର । ରାଜଧାନୀରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ଵାଡ ରହିବେ । ଶୁଭାରମ୍ଭ ଅବସରରେ ଏନଫୋର୍ସମେଣ୍ଟ ଟିମର ରୋଡ ଶୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ପର୍ଯ୍ୟନ୍ତ ରୋଡ ଶୋ ହୋଇଛି । ରାଲି ମାଧ୍ୟମରେ ରାଜଧାନୀବାସୀଙ୍କୁ ସ୍ବଚ୍ଛତା ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି। ଦରକାର ପଡିଲେ କାର୍ଯ୍ୟନୁଷ୍ଠାନ ନେବ ଏହି ଟିମ୍ । ପ୍ରତି ସ୍କ୍ଵାଡରେ ୫ ଜଣ ସଦସ୍ୟ ରହିଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..