ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର କାନ୍ଥବାଡ଼ କିମ୍ବା ବିଦ୍ୟୁତ ଖୁଣ୍ଟରେ TO-LET ମାରିଲେ ସାବଧାନ। କାରଣ ରାଜଧାନୀରେ ଏଭଳି TO-LET ବିଜ୍ଞାପନ ଲଗାଇଥିବାରୁ ତିନି ସଂସ୍ଥାରୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି ବିଏମସି । ୩ଟି ସଂସ୍ଥା ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାଯାଇଛି।ଏହାସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାର ଥାନାରେ ଏତଲା କରିଛି ବିଏମସି। କିଛି ସଂସ୍ଥା ଓ ଘର ମାଲିକ ଭଡ଼ାରେ ଦେବା ପାଇଁ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ TO-LET ଲେଖି ମାରୁଛନ୍ତି। ଯାହାଦ୍ୱାରା ସହରର ସୌନ୍ଦଯ୍ୟ କରଣ ନଷ୍ଟ ହେଉଛି। ଏନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ ସଚେତନ କରିଥିଲା। ଏବେ ୩ ସଂସ୍ଥା ସରକାରୀ ଜାଗାରେ TO-LET ମାରିବା ଅଭିଯୋଗରେ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି। ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ାରେ ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ TO-LET ମାରିପାରିବ ବୋଲି କୁହାଯାଇଛି।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..