Report Card Odisha

| Daily Odia News

BMC ର ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ମହାନଗର ନିଗମ ର ମେୟର ପଦବୀ ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚଳିତ ଥର କଡ଼ା ଟକ୍କର ହେବ । ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ମାନସମନ୍ଥନ ଜାରିରହିଛି | ନାମାଙ୍କନ ପତ୍ର ଦାଖଲ କରିବାର ଆଜି ହେଉଛି ତୃତୀୟ ଦିନ | ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୭ ତାରିଖରେ ଶେଷ ହେବ | ତେବେ ଏହା ମଧ୍ୟରେ କଂଗ୍ରେସର ମେୟର ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିିଛି । ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବ । ଏ ବାବଦରେ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯିବ । ତେବେ ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀା, କ୍ରୀଡ଼ାବିତ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ସହ ଛାତ୍ର ରାଜନୀତି ସହିତ ଜଡ଼ିତ ଥିଲେ । ମଧୁସ୍ମିତା ହେଉଛନ୍ତି ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୂ । କାଙ୍ଗାଳିଙ୍କୁ ନିର୍ବାଚନ ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନା କରିବାରେ ସହାୟତା କରିଥିବାରୁ ଦଳ ତାଙ୍କ ଉପରେ ଭରସା କରି ମେୟର ଭାବେ ଚୟନ କରିଛି ବୋଲି ଦଳୀୟ ନେତାମାନେ କହିଛନ୍ତି ।

Breaking News