Report Card Odisha

| Daily Odia News

ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା ହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ହେବ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏପରି ନିୟମ ଆସିବା ଫଳରେ ପିଲାମାନଙ୍କୁ ପର୍ଯ୍ୟାପ୍ତ ସମୟ ଏବଂ ସୁଯୋଗ ମିଳିବ ବୋଲି ମନ୍ତ୍ରଣାଳୟ କହିଛି। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଏଣିକି ଦୁଇଟା ଭାଷା ପଢ଼ିବେ। ସମସ୍ତ ବିଭାଗ କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ମିଳିବ। ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ନୂତନ ପାଠ୍ୟକ୍ରମ ଢାଞ୍ଚାରେ ଏହା କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଦୁଇଟି ଭାଷାରେ ଅଧ୍ୟୟନ କରିବା ଆବଶ୍ୟକ ଏବଂ ଏଥିରୁ ଗୋଟିଏ ନିଶ୍ଚିତ ରୂପେ ଭାରତୀୟ ଭାଷା ହୋଇଥିବା ଉଚିତ୍।

Breaking News