Report Card Odisha

| Daily Odia News

ନଦୀରେ ଓଲଟିଲା ଡଙ୍ଗା,୮୦ ମୃତ, ୧୮୫ ଯାତ୍ରୀ ଉଦ୍ଧାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟ ଆଫ୍ରିକୀୟ ଦେଶ କାଙ୍ଗୋ ରାଜଧାନୀ କିଂଶାସା ନିକଟରେ ଥିବା ନଦୀରେ ଏକ ଡଙ୍ଗା ଓଲଟିବାରୁ ୮୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୧୮୫ ଲୋକ ପହଁରି ନିଜ ଜୀବନ ରକ୍ଷା କରି ପାରିଛନ୍ତି। କାଙ୍ଗୋ ରାଷ୍ଟ୍ରପତି ଏହି ଦୁଃଖଦ ଘଟଣା ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି। ଡଙ୍ଗାରେ ପ୍ରାୟ ୨୭୦ରୁ ଅଧିକ ଲୋକ କିଂଶାସା ଅଭିମୁଖେ ଯାଉଥିଲା। ମାତ୍ର ମଝି ନଦୀରେ ଡଙ୍ଗାର ଇଞ୍ଜିନ ଖରାପ ହୋଇଯିବାରୁ ଏପରି ଅଘଟଣ ଘଟିଥିଲା। ତୁରନ୍ତ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବହୁ ଲୋକଙ୍କୁ ନଦୀରୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ବହୁ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାଙ୍ଗୋର ଅଧିକାଂଶ ସ୍ଥାନକୁ ଭଲ ସଡ଼କ ପଥର ବ୍ୟବସ୍ଥା ନ ଥିବାରୁ ଦୈନଦିନ କାମ ନିମନ୍ତେ ଲୋକେ ନଦୀ ପଥ ଉପରେ ନିର୍ଭର କରିଥାନ୍ତି। ଫଳରେ ବିପଦ ସଙ୍କୁଳ ଭାବେ ବହୁ ସଂଖ୍ୟାରେ ଯାତ୍ରୀ ଡଙ୍ଗାରେ ନଦୀ ପାର କରିଥାନ୍ତି। ଓଭର ଲୋଡିଂ ଫଳରେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। କାଙ୍ଗୋରେ ପୂର୍ବରୁ ବି ଏପରି ଅଘଟଣ ଘଟିଛି।

Breaking News