Report Card Odisha

| Daily Odia News

ନଦୀରେ ବୁଡିଗଲା ଡଙ୍ଗା, ୨ ନିଖୋଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶ ଭୀଣ୍ଡର ସିନ୍ଧ ନଦୀରେ ଡଙ୍ଗା ବୁଡି ଯାଇଛି । ୧୦ ଜଣଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି ହଠାତ୍ ପାଣିରେ ବୁଡିଯାଇଥିଲା । ହେଲେ ନଦୀ କୂଳ ଥିବାରୁ ସେଠାକାର ଲୋକେ ୮ ଜଣଙ୍କୁ ଉଦ୍ଧାର କରିଥିଲେ | ଆଉ ଦୁଇଜଣ ନିଖୋଜ ଥିବା ନେଇ ସୂଚନା ମିଳିଛି | ସୂଚନା ଅନୁସାରେ, ଡଙ୍ଗାରେ ଯାଉଥିବା ଲୋକମାନେ ଏକ ଧାର୍ମିକ ଭୋଜିରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଡଙ୍ଗା ବୁଡିବାର ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଲୋକ ଡଙ୍ଗାରେ ବସିଛନ୍ତି । ତା’ପରେ ଡଙ୍ଗା ଗୋଟିଏ ପାର୍ଶ୍ୱରୁ ବୁଡ଼ିବାକୁ ଲାଗୁଛି । ଆସ୍ତେ ଆସ୍ତେ କିଛି ସମୟ ପରେ ଡଙ୍ଗାଟି ସଂପୂର୍ଣ୍ଣ ପାଣିରେ ବୁଡ଼ିଗଲା । ଲୋକେ ମଧ୍ୟ ଧୀରେ ଧୀରେ ବୁଡିବାକୁ ଲାଗନ୍ତି । ତେବେ କିଛି ଲୋକେ ଏହାକୁ ଦେଖିବାପରେ ସଂଗେ ସଂଗେ ଆସି ସାହାଯ୍ୟ କରନ୍ତି । ଆଉକିଛି ଲୋକ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି

Breaking News