Report Card Odisha

| Daily Odia News

ଇଡେନ୍ ଗାର୍ଡେନ୍ସ୍ ରୁ ଓଡ଼ିଆ ଯୁବକଙ୍କ ଶବ ଉଦ୍ଧାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ସ୍‌ ଷ୍ଟାଡିୟମ୍‌ର ‘କେ’ ବ୍ଲକ୍‌ରୁ ଓଡ଼ିଶାର ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଉଛନ୍ତି, ଏହି ପ୍ରଖ୍ୟାତ ଷ୍ଟାଡିୟମ୍‌ର ‘ଗ୍ରାଉଣ୍ଡ୍‌ ଷ୍ଟାଫ୍‌’ କର୍ମଚାରୀ ଗଣେଶ ଚନ୍ଦ୍ର ବାରିକଙ୍କ ୨୧ ବର୍ଷିୟ ପୁଅ ଧନଞ୍ଜୟ ବାରିକ। ଆଜି ସକାଳ ୮ଟା ବେଳେ ତାଙ୍କ ଫାଶୀ ଲଗା ଶବ ଦେଖିବା ପରେ ଘଟଣା ସଂକ୍ରାନ୍ତରେ କୋଲ୍‌କାତା ପୋଲିସକୁ ରିପୋର୍ଟ କରାଯାଇଥିଲା। ଧନଞ୍ଜୟ ବାପା ଓ ଦାଦିଙ୍କ ସହିତ କୋଲ୍‌କାତାରେ ରହୁଥିଲେ। ସେ ତାଙ୍କ ବାପା ଓ ଦାଦିଙ୍କ ପରି ମାଳୀ କାମ କରିବା ଲାଗି କିଛି ଦିନ ହେବ ଇଡେନ୍‌ ଗାର୍ଡେନସ୍‌କୁ ଆସୁଥିଲେ। ମନେ ହେଉଛି କାମ ନ ପାଇବା ହତାଶାରେ ସେ ଜୀବନ ହରାଇଛନ୍ତି। ସୂଚନା ପାଇବା ପରେ ମୈଦାନ ଥାନା ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ‘ଏସ୍‌ଏସ୍‌କେଏମ୍‌’ ହସ୍ପିଟାଲ୍‌କୁ ପଠାଇଛି। ମୈଦାନ ଥାନାରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Breaking News