ରିପୋର୍ଟ କାର୍ଡ / କଟକ
କଟକ ୬ ନମ୍ବର ବାଟାଲିଅନର ବାରାକରେ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାବିଲଦାର ଜଣଙ୍କ ହେଲେ ତ୍ରିଲୋଚନ ସେଠୀ। ଆଜି ସକାଳେ ଜଣେ କର୍ମଚାରୀ ବାରାକରେ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଦେଖି ଅନ୍ୟ କର୍ମଚାରୀଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲା।ଚାଉଳିଆଗଞ୍ଜ ପୋଲିସ ଘଟଣାର ତଦନ୍ତ କରୁଛି। ଏଥିସହ ମୃତ ହାବିଲଦାରଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ସେମାନଙ୍କୁ ପଚରାଉଚରା କରୁଛି। ହାବିଲଦାରଙ୍କର କିପରି ମୃତ୍ୟୁ ଘଟିଲା, ମୃତ୍ୟୁ ପଛରେ କ’ଣ କାରଣ କରିଛି, ତାଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..