Report Card Odisha

| Daily Odia News

ରାଜଧାନୀ ଉପକଣ୍ଠରେ ଯୁବକଙ୍କ ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭୁବନେଶ୍ଵର ଉପକଣ୍ଠ ବିରିବନ୍ଧ ଅଞ୍ଚଳରେ ଥିବା ଏକ ମଶାଣି ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଏୟାରଫିଲ୍ଡ ଅଞ୍ଚଳର ଜିତୁ ବେହେରା ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତକାଲି ୩ ଜଣ ଯୁବକ ଏକ ବାଇକରେ ମଣାଣୀ ଆଡକୁ ଯାଇଥିଲେ। ହେଲେ ଫେରିବା ସମୟରେ ଦୁଇ ଜଣ ଫେରିଥିଲେ। ଆଜି ସକାଳୁ ମଣାଣି ନିକଟରୁ ଝୁଲନ୍ତା ଅବସ୍ଥାରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ପରେ ଖବର ପାଇ ଏୟାର ଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ।

Breaking News