ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡରେ ୧୯ ବର୍ଷୀୟ ରିସ୍ପେସନିଷ୍ଟ ଅଙ୍କିତା ହତ୍ୟାକାଣ୍ଡର ଗୁମର ଖୋଲୁଛି। ନିଖୋଜ ଥିବା ସମ୍ପୃକ୍ତ ଯୁବତୀଙ୍କ ମୃତ ଦେହ ରିସର୍ଟ ନିକଟରୁ ଉଦ୍ଧାର କରାଯାଇଛି। ଅଙ୍କିତା ରିସର୍ଟର ରିସ୍ପେସନିଷ୍ଟ ଭାବେ କାମ କରୁଥିଲେ | ସେହି ରସର୍ଟକୁ ଭଙ୍ଗାଯିବା ବେଳେ ସେହି ଚିଲାପାୱାର ହାଉସ୍ ନିକଟରୁ ଯୁବତୀଙ୍କ ମୃତ ଦେହ ପୋଲିସ ଜବତ କରିଛି। ତାଙ୍କ ଶବ ଖୋଜି ବାହାର କରିବା ପାଇଁ ରାଜ୍ୟ ପ୍ରଶାସନ ରାଜ୍ୟ ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ୍ ଫୋର୍ସ ମୁତୟନ କରିଥିଲା। ଶବ ଖୋଜି ବାହାର କରିବା ଲାଗି ଗଙ୍ଗା ନଦୀରେ ଥିବା ପଶୁଲୋକ ବ୍ୟାରେଜ୍ ଖୋଲିବା ପାଇଁ ପୋଲିସ ରାଜ୍ୟ ସରକାଙ୍କୁ କହିଥିଲା। ଏହି ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ ରେଣୁକା ଦେବୀଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ ହୋଛି। ଏହି ଘଟଣାରେ ଗଭୀର ଭାବେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡର ଋସିକେଶ ପୌରି ଗରହୱାଲରା ଥିବା ଚିଲାପାୱାର ହାଉସ୍ ରିସର୍ଟର ରିସ୍ପେସନିଷ୍ଟ ଭାବେ କାମ କରୁଥିବା ସମ୍ପୃକ୍ତ ଯୁବତୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ରିସର୍ଟ ମାଲିକ ତଥା ବିଜେପି ନେତା ପୁଅ ପୁଲକିତ୍ ଆର୍ଯ୍ୟ, ମ୍ୟାନେଜର ସୌରଭ ଭାସ୍କର ଏବଂ ସହକାରୀ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ପୋଲିସ ଗିରଫ କରିଛି। ପୋଲିସ ନିକଟରେ ଉଭୟ ପୁଲକିତ ଏବଂ ଯୁତୀଙ୍କକ ପରିବାର ଳୋକେ ଏକ ନିଖୋଜ ଏତଲା ଦେଇଥିଲେ। କିନ୍ତୁ ସମ୍ପୃକ୍ତ ଯୁବତୀଙ୍କୁ ପୁଲକିତ ଏବଂ ତାଙ୍କ ସହଯୋଗୀ ହତ୍ୟା କରିଥିବା ପୋଲିସ କହିଛି। ପୁଲକିତଙ୍କ ରିସର୍ଟଙ୍କୁ ଭାଙ୍ଗି ଦିଆଯାଇଛି। ସମ୍ପୃକ୍ତ ଯୁବତୀଙ୍କ ହତ୍ୟାକକାଣ୍ଡ ମାମଲାରେ ପୁଲକିତଙ୍କ ନାମ ଆସିବା ପରେ ରାଜ୍ୟ ସରକାର ତାଙ୍କ ରିସର୍ଟ ଭାଙ୍ଗି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯୁବତୀଙ୍କ ହତ୍ୟା ପରେ ରାଜ୍ୟବ୍ୟାପି ଜୋରଦାର ବିକ୍ଷୋଭ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା। ଏହା ପରେ ପୁଲକିତଙ୍କୁ ଗିରଫ କରାଯିବା ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ତାଙ୍କ ରିସର୍ଟ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲକିତ ହେଉଛନ୍ତି ହରିଦ୍ୱାରର ବିଜେପି ନେତା ବିଦୋଦ ଆର୍ଯ୍ୟଙ୍କ ପୁଅ ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..