Report Card Odisha

| Daily Odia News

ନଦୀକୂଳରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / କେନ୍ଦୁଝର

ନିଖୋଜ ଥିବା କନିଷ୍ଠ ଯନ୍ତ୍ରୀଙ୍କର ମୃତ ଦେହ ଉଦ୍ଧର ହୋଇଛି। ଆଜି ସକାଳେ ନଦୀ କୂଳରୁ ଜାମୁଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ମୃତକ ହେଲେ ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂ। ରାମକୃଷ୍ଣ ଚମ୍ପୁଆସ୍ଥ ବ୍ଲକ୍ କୋଲନୀ ସରକାରୀ ବାସ ଭବନରୁ ବାହାରକୁ ଯାଇ ଘରକୁ ଫେରି ନଥିଲେ। ଘରୁ ବାହାରିବା ସମୟରେ ନିଜ ମୋବାଇଲ ଘରେ ଛାଡ଼ି ଦେଇଥଲେ। ପରିବାର ଲୋକେ ତାଙ୍କ ବହୁତ ଖୋଜାଖୋଜି କରିଥିଲା। ହେଲେ ରାମକୃଷ୍ଣଙ୍କୁ ପାଇ ନଥିଲେ। ଆଜି ସକାଳେ ଗ୍ରାମବାସୀ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀ କୂଳରେ ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ରାମକୃଷ୍ଣ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ସନ୍ଦେହରେ ରହିଛି |

Breaking News