ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭୁବନେଶ୍ଵର ରେଳଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍ ଟଏଲେଟ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ପୋଲିସ ପୁରୁଷୋତ୍ତମ ଏକ୍ସପ୍ରେସ୍ ଶୌଚାଳୟରୁ ଏହି ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଆଜି ସକାଳେ ସଫେଇ କର୍ମଚାରୀମାନେ ଟ୍ରେନ୍ ସଫା କରିବା ସମୟରେ ମୃତଦେହ ପଡିଥିବା ଦେଖି ରେଳବାଇ ପୋଲିସ କୁ ଖବର ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..