ରିପୋର୍ଟ କାର୍ଡ / କଟକ
ଗତକାଲି କ୍ୟାଣ୍ଟନମେଣ୍ଟ ପୋଲିସ ହେପାଜତରୁ ଫେରାର ହୋଇଥିବା ଅଭିଯୁକ୍ତର ମୃତଦେହ ଯୋବ୍ରା ନିକଟରୁ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ ଗତକାଲି କ୍ୟାଣ୍ଟନମେଣ୍ଟ ପୋଲିସ ହେପାଜତରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲେ | ଏହି ଅଭିଯୁକ୍ତଙ୍କ ନାମ ଶଙ୍କର୍ଷଣ ବେହେରା ଓରଫ ବବୁଲ | ସୂଚନା ମୁତାବକ ଏକ ମୋବାଇଲ ଚୋରି ମାମଲାରେ ପୋଲିସ ଗୁରୁବାର ଅଭିଯୁକ୍ତ ଶଙ୍କର୍ଷଣ ବେହେରାକୁ ଅଟକ ରଖିଥିଲା | ଶୁକ୍ରବାର ଭୋର ସମୟରେ ସେ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଫେରାର ହୋଇମହାନଦୀକୁ ଡେଇଁପଡ଼ିଥିଲା | ଆଉ ଆଜି ସକାଳେ କଟକ ଯୋବ୍ରା ନିକଟରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା | ଏହି ମୃତଦେହଟି ଶଙ୍କର୍ଷଣଙ୍କର ବୋଲି ସ୍ପଷ୍ଟ ହୋଇଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..