ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟ କଂଗ୍ରେସର ପୁଣି ଜଣେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି |ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଥିବା ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନାରାୟଣଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ PCC ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ PCC ଶୃଙ୍ଖଳା କମିଟି ବୈଠକ ବସିଥିଲା। ନାରାୟଣ ଦଳ ବିରୋଧୀ କାର୍ଯ୍ୟ କରିଥିବା ଏହି ବୈଠକରେ ଦର୍ଶଯାଇଥିଲା। ନାରାୟଣ ଦଳ ଓ ପିସିସି ସଭାପତିଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେଇ ଶୃଙ୍ଖଳା ଭଙ୍ଗ କରିଥିବା ଶୃଙ୍ଖଳା କମିଟି ଅଭିଯୋଗ ଆଣିଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..