Report Card Odisha

| Daily Odia News

ଅଣ୍ଡା ଖାଇଲେ ମିଳେ ଏହିସବୁ ଲାଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତେ ଚାହାନ୍ତି | ସୁସ୍ଥ ପାଇଁ ଖାଦ୍ୟର ବିଶେଷ ଭୂମିକା ରହିଛି। ସେଥି ପାଇଁ ଆମ ଶରୀରକୁ ଅନେକ ପୋଷକ ତତ୍ତ୍ୱ ଓ ମିନେରଲ୍ସର ଆବଶ୍ୟକତା ରହିଛି। କେତେକ ଖାଦ୍ୟରୁ ଆମକୁ ପୋଷକ ତତ୍ତ୍ୱ ସହିତ ମିନେରଲ୍ସ ମିଳିଥାଏ | ଯେପରି ଅଣ୍ଡା ଏକ ଖାଦ୍ୟ ଯାହା ଆମ ଶରୀରରେ ଅନେକ ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ। ଅଣ୍ଡା ଆମ ଶରୀର ସହ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ। ଏହା ଏକ ସ୍ୱାସ୍ଥ୍ୟକର ଖାଦ୍ୟ ହୋଇଥିବାରୁ ଜଳଖିଆରେ ମଧ୍ୟ ଏହାକୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଥାଏ। ବିଶେଷଜ୍ଞଙ୍କ ମତାନୁଯାୟୀ, ଅଣ୍ଡା ପ୍ରୋଟିନର ଏକ ଉତ୍ତମ ସ୍ରୋତ ବୋଲି କୁହାଯାଏ। ଏହା ବ୍ୟତୀତ ଏଥିରେ ଭିଟାମିନ୍‌‌ ବି, ଭିଟାମିନ ବି ୧୨, ଆଣ୍ଟି-ଅକ୍ସିଡାଣ୍ଟ ଭଳି ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ରହିଛି। ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀରକୁ ଅନେକ ଗୁରୁତର ରୋଗରୁ ରକ୍ଷା କରିଥାଏ। ଅଣ୍ଡାର ସେବନ ଭିନ୍ନ ଭିନ୍ନ ଉପାୟରେ କରାଯାଏ। କିଛି ଲୋକେ ଅଣ୍ଡାକୁ କ୍ଷୀର ସହ ସେବନ କରିଥାଆନ୍ତି। କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ସିଝା ଅଣ୍ଡା ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ।

ଗୋଟିଏ ସିଝା ଅଣ୍ଡାରେ ଜିଙ୍କ୍‌‌ ସହ ଭିଟାମିନ ବି୬ ଓ ବି୧୨ ଭରପୁର ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଶୀତ ଦିନେ ସିଝା ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଏହା ଉଷ୍ଣ ରଖିବା ସହାୟକ ହୋଇଥାଏ। ଫଳରେ ସହଜରେ ଥଣ୍ଡା ଜ୍ୱର ହୋଇନଥାଏ। ଅଣ୍ଡାରେ ଭିଟାମିନ ଡି ଭରପୁର ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିବା ସହ ହାଡକୁ ମଜଭୂତ କରିଥାଏ। ଅଣ୍ଡାରେ ପ୍ରୋଟିନ୍‌‌ ସହ ଏମିନୋ ଏସିଡ୍‌‌ ମଧ୍ୟ ରହିଛି। ଏହା କମ୍‌‌ କ୍ୟାଲୋରୀ ଯୁକ୍ତ ହୋଇଥିବାରୁ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ସିଝା ଅଣ୍ଡା ଖାଇବା ଦ୍ୱାରା ମସ୍ତିଷ୍କକୁ ମଧ୍ୟ ଲାଭ ମିଳିଥାଏ। ଏଥିରେ ଏମିନୋ ଏସିଡ୍‌‌, ଫେଟି ଏସିଡ୍‌‌ ଆଦି ରହିଥାଏ। ଏହାସହ କୋଷ ତିଆରିରେ ମଧ୍ୟ ସହାୟକ ହୋଇଥାଏ। ଅଣ୍ଡା ଖାଇବା ଦ୍ୱାରା ଚକ୍ଷୁ ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ମୋତିଆବିନ୍ଧୁ ସମ୍ଭାବନାକୁ ମଧ୍ୟ କମ୍‌‌ କରିଥାଏ। ସିଝା ଅଣ୍ଡା ତ୍ୱଚାକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଅଣ୍ଡାରେ ଥିବା ସେଲେନିୟମ ତ୍ୱଚା ପାଇଁ ବେଶ ଉପକାରୀ ହେବା ସହ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ସିଝାଅଣ୍ଡାରେ ଭିଟାମିନ୍‌‌ର ମାତ୍ରା ଭରପୁର ପରିମାଣରେ ରହିଛି। ଏହା କେଶକୁ ରେଶମୀ କରିଥାଏ। କେଶକୁ ମଜଭୂତ ମଧ୍ୟ କରିଥାଏ।

Breaking News