ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନୁଷ୍କା-ପ୍ରଭାସ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି | ଏକାଧିକ ଥର ଡେଟିଂ ଖବରକୁ ଦୁହେଁ ଖଣ୍ଡନ କରିଆସୁଛନ୍ତି। ହେଲେ ଉଭୟଙ୍କ ପରିବାର ସେମାନଙ୍କୁ ମିଶାଇବାକୁ ଯୋଜନା କରିସାରିଥିବା ସୂଚନା ମିଳିଛି। ଅନୁଷ୍କାଙ୍କ ସହ ପ୍ରଭାସ ଯୋଡ଼ି କୁ ପରିବାରଲୋକେ ମୋହର ମାରିଛନ୍ତି । ପ୍ରଭାସଙ୍କ କେଉଁ ଝିଅଙ୍କୁ ବିବାହ କରିବେ ସେନେଇ ପରିବାରଲୋକେ ଚିନ୍ତାରେ ଥିଲେ। ହେଲେ ଏବେ ସେମାନେ ଅନୁଷ୍କାଙ୍କୁ ପାର୍ଟନର ଭାବେ ଦେଖିବାକୁ ଚାହୁଁଛନ୍ତି। ପରଦାରେ ହେଉ କି ବାହାରେ ଦୁହିଁଙ୍କ ଯୋଡ଼ି ଭଲ ଲାଗୁଥିବାରୁ ସେମାନେ ହଁ କରିଛନ୍ତି। ହେଲେ ପ୍ରଭାସ-ଅନୁଷ୍କା ଏବେଯାଏ ପରସ୍ପରକୁ ବନ୍ଧୁ ବୋଲି କହୁଛନ୍ତି। ତେବେ ଦେଖିବାକୁ ବାକିରହିଲା ଦୁହେଁ କେବେ ବିବାହ ଲାଗି ରାଜି ହେଉଛନ୍ତି |
More Stories
ଅଭିନେତା ଉତ୍ତମ ମହାନ୍ତି ହସ୍ପିଟାଲ୍ରେ ଭର୍ତ୍ତି….
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..
ଅଭିନେତାଙ୍କୁ ହତ୍ୟା ଧମକ……