ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୫୪ବର୍ଷ ବୟସରେ ବଲିଉଡ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ସିନେମା ଓ ଟିଭି ଜଗତରେ ବେଶ ପରିଚିତ ଚେହେରା ଥିଲେ ମୁକୁଲ । ସନ୍ ଅଫ୍ ସର୍ଦ୍ଦାର, ଜୟ ହୋ, ଆର ରାଜକୁମାର, ୟମଲା ପାଗଲା ଦିୱାନା, ପ୍ୟାର୍ ଜିନ୍ଦେଗୀ ହେ, କଭି କଭି ପ୍ୟାର୍ କଭି କଭି ୟାର୍, ୱାଜୁଦ ଭଳି ସିନେମାରେ ମୁକୁଲଙ୍କର ଦମଦାର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା । ମୁକୁଲ ଦେବ ଅଭିନେତା ରାହୁଲ ଦେବଙ୍କ ସାନ ଭାଇ । ୧୯୯୬ ମସିହାରେ ‘ମୁମକିନ୍’ ଧାରାବାହିକରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ବେଳେ ‘ଫିୟର ଫ୍ୟାକ୍ଟର ଇଣ୍ଡିଆ’ର ପ୍ରଥମ ସିଜିନ୍ ହୋଷ୍ଟ କରିଥିଲେ । ‘ଦସ୍ତକ’ ଫିଲ୍ମ ଜରିଆରେ ସୁସ୍ମିତା ସେନଙ୍କ ସହିତ ସ୍କ୍ରିନ ସେୟାର କରି ପ୍ରଥମେ ଚଳଚିତ୍ର ଜଗତରେ ଅଭିନୟ କରିଥିଲେ । ଯେଉଁଥିରେ ସେ ଏସିପି ରୋହିତ ମାଲହୋତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..