Report Card Odisha

| Daily Odia News

ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲଣ୍ଡନରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ ମିଳିଛି । ବିମାନଟି ଅବତରଣ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରୋଟୋକଲ ଅନୁଯାୟୀ ବିମାନକୁ ପୃଥକୀକରଣ କରିବା ସହ ସାମଗ୍ରୀ ଏବଂ ଯାତ୍ରୀମାନଙ୍କର ଯାଞ୍ଚ କରିଥିଲେ । ସନ୍ଧାନୀ କୁକୁର ସାହାଯ୍ୟରେ ଯାଞ୍ଚ ହୋଇଥିଲା ।ସୂଚନା ଅନୁସାରେ ଲଣ୍ଡନ ହିଥ୍ରୋରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିଏ-୨୭୭ (BA-277) ଇମେଲ୍ ମାଧ୍ୟମରେ ବୋମା ଧମକ ପାଇଥିଲା । ପରେ ଏହାକୁ ସୁରକ୍ଷିତ ଭାବେ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅବତରଣ କରାଯାଇଥିଲା । ଅବତରଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଏହାକୁ ଯାଞ୍ଚ କରିଥିଲେ । ଯାଞ୍ଚରେ ସନ୍ଧାନୀ କୁକୁର ସାମିଲ ହୋଇଥିଲା । ପରେ ବିମାନଟି ସୁରକ୍ଷିତ ଭାବେ ହିଥ୍ରୋକୁ ଉଡାଣ ଭରିଥିଲା ।ଏଠାରେ ପ୍ରକାଶ ଥାଉ କି ଏହି ମାସ ଆରମ୍ଭରେ, ମଦିନାରୁ ହାଇଦ୍ରାବାଦ ଏବଂ ସାରଜାହାରୁ ହାଇଦ୍ରାବାଦକୁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନକୁ ମଧ୍ୟ ଦୁଇଟି ସମାନ ଇମେଲ୍ ଆସିଥିଲା । ମଦିନା-ହାଇଦ୍ରାବାଦ ବିମାନକୁ ଅହମ୍ମଦାବାଦ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ।

Breaking News