ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ଲଗାତାର ଚତୁର୍ଥ ଦିନରେ ୨୦ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ସକାଳେ ପ୍ରଥମେ ଅଭିନବ ପବ୍ଲିକ ସ୍କୁଲ, ତା’ପରେ ପଶ୍ଚିମ ବିହାରର ରିଚ୍ ମୋଣ୍ଡ ସ୍କୁଲକୁ ବୋମା ଧମକ ମିଳିଛି । ଏହାପରେ ରୋହିଣୀ ସେକ୍ଟର ୨୪ରେ ଥିବା ସୋଭରେନ୍ ସ୍କୁଲକୁ ଏକ ଧମକପୂର୍ଣ୍ଣ ଫୋନ୍ ଆସିଥିଲା । ଖବର ପାଇଁ ଅଗ୍ନିଶମବାହିନୀ ଏବଂ ବମ୍ ସ୍କ୍ୱାଡ୍ ଦଳ ପହଞ୍ଚି ଛାନଭିନ କରୁଛନ୍ତି । ପୂର୍ବରୁ ମଧ୍ୟ ସମାମ ଭାବରେ ସ୍କୁଲଗୁଡିକର ଇମେଲ୍ ଆଇଡିରେ ଧମକପୂର୍ଣ୍ଣ ମେଲ୍ ଆସିଛି । ଯେଉଁଥିରେ ସ୍କୁଲଗୁଡିକୁ ବୋମା ମାରିବାର ଧମକ ଦିଆଯାଇଛି । ତଦନ୍ତ ପରେ ଅନେକ ଥର, ଧମକପୂର୍ଣ୍ଣ ମେଲ୍ ପଛରେ ସ୍କୁଲ ଛାତ୍ରଙ୍କ ନାମ ସାମ୍ନାକୁ ଆସିଛି । ଆଜି ମଧ୍ୟ ଏଭଳି ମେଲ୍ ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି । ସୋମବାରଠାରୁ ଆଜି ପର୍ଯ୍ୟନ୍ତ ଅନେକ ସ୍କୁଲକୁ ଏଭଳି ଧମକ ଆସିଛି ।
More Stories
ବାଂଲାଦେଶରେ ସୁରକ୍ଷାବାହିନୀ-ହସିନା ସମର୍ଥକ ସଂଘର୍ଷ,୪ ମୃତ…..
ଭୂପେଶ ବଘେଲଙ୍କ ଘରେ ଇଡି ଚଢ଼ାଉ…..
ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ….