ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ ଦେଇ କ୍ଷତି ପହଞ୍ଚାଇବାକୁ ଏକ ବେନାମୀ ଇ-ମେଲ୍ ମଳିଛି । ପୋଲିସ ଏହି ମାମଲାକୁ ଜାଣିବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଡିଜିପି କହିଛନ୍ତି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ସମସ୍ତ ୩ଟି କୋର୍ଟରେ ପୁଲିସ ଯାଞ୍ଚ କରୁଛି ଏବଂ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରିସ୍ଥିତି ଉପରେ କଡା ନଜର ରଖାଯାଇଛି । ଜନସାଧାରଣଙ୍କୁ ଭୟଭୀତ ନହେବାକୁ ଏବଂ ସୁରକ୍ଷା ବଜାୟ ରଖିବା ଏବଂ ତଦନ୍ତରେ ସହାୟତା କରିବାରେ ପୋଲିସକୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି । କଟକ, ଦେବଗଡ ଓ ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଫଳରେ କୋର୍ଟ ପରିସରକୁ ସମ୍ପୂର୍ଣ୍ଣ କଡାକଡି କରାଯାଇ ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ତନତନ କରି ଯାଞ୍ଚ କରୁଛନ୍ତି ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..