ରିପୋର୍ଟ କାର୍ଡ / ଭୁବନେଶ୍ୱର
୬୦ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ମିଳିବ କରୋନା ଟିକାର ବୁଷ୍ଟର୍ ଡୋଜ୍। ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟ ମାନଙ୍କୁ ସ୍ୱାସ୍ଥ୍ୟ ସଚିବ ଚିଠି କରିଛନ୍ତି । ୨ୟ ଡୋଜ୍ ନେବାର ୯ ମାସ ବା ୩୯ ସପ୍ତାହ ପରେ ୬୦ରୁ ଅଧିକ ବୟସ୍କଙ୍କୁ ବୁଷ୍ଟର୍ ଡୋଜ୍ ଦିଆଯିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, କୋଭିଡ୍ ମାମଲା ଏବେ ଚୀନରେ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ୧୦ଟି ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ସେଠାରେ ଦିନକରେ ରେକର୍ଡ ୫୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭ ଠାରୁ ଏଯାବତ୍ ସର୍ବାଧିକ ଦୈନିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶର ଜିଲିନ୍ ପ୍ରୋଭିନ୍ସରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେନଝେନ ସମେତ ୧୦ଟି ସହରରେ ଲକଡାଉନ୍ ଲାଗୁ ହୋଇସାରିଲାଣି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..