ରିପୋର୍ଟ କାର୍ଡ / ବୌଦ୍ଧ
ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୨ ମହିଳା ମାଓବାଦୀ ଥିବା ଜଣାଯାଇଛି। ସମସ୍ତ ୯ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବୋଲି ସୂଚନା ରହିଛି। ସେମାନେ ମୁଖ୍ୟ ସ୍ରାତରେ ସାମିଲ ହେବାକୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି।ଏମାନେ ସମସ୍ତେ କେକେବିଏନ୍ ସହ ଜଡିତ ଥିଲେ। ଆତ୍ମ ସମର୍ପଣ କରିବା ପରେ ସରକାରଙ୍କ ନିୟମ ମୁତାବକ ସେମାନଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବାସଗୃହ, ଜମି ଆଦି ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ।






More Stories
ପଥର ଖୋଲରୁ ନାବାଳକ ଉଦ୍ଧାର…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ…..
ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ…..