Report Card Odisha

| Daily Odia News

‘ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର’….

ରିପୋର୍ଟ କାର୍ଡ / ବାନୀପାଟଣା / ରାୟଗଡ଼ା

ନିର୍ବାଚନ ପ୍ରଚାର ନିମନ୍ତେ ଦିନିକିଆ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିର ଭବାନୀପାଟଣା କଳାହାଣ୍ଡି ଓ ରାୟଗଡ଼ା ବାସୀଙ୍କୁ ସମ୍ବୋଧିତ କରିଛନ୍ତି | ପ୍ରଥମେ ଭବାନୀପାଟଣାରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ଥାନୀୟ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି । ନିଜ ନିର୍ବାଚନୀ ଭାଷଣରେ ରାଜନାଥ ସିଂହ କହିଛନ୍ତି, କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ । ପ୍ରତ୍ୟେକ ଅଞ୍ଚଳ ବିକଶିତ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ । ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କିନ୍ତୁ ବର୍ଷ ବର୍ଷ ଧରି କ୍ଷମତାରେ ରହିଥିବା କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି। ମାତ୍ର ମୋଦି କିଛି ବର୍ଷରେ ସେ ଏହା କରି ଦେଖାଇଲେ। ସେ କହିଛନ୍ତି, ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ। ଗରିବ ହେଉ କି ଧନୀ, ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ। ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର । ଧାରା ୩୭୦ ହଟାଇବୁ କହିଥିଲୁ, ହଟାଇଦେଲୁ।ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, ତାହାକୁ ବି ସତରେ ପରିଣତ କରି ଦେଖାଇଲୁ। ତିନ୍‌ ତଲାକ୍ ସମାପ୍ତ କରିବାକୁ କହିଥଲୁ, ସମାପ୍ତ କଲୁ ।୫୦ ବର୍ଷ କଂଗ୍ରେସ ସରକାର, ୨୫ ବର୍ଷ ବିଜେଡି ସରକାର ଦେଖିଲ । କଂଗ୍ରେସ ସବୁ ବେଳେ ନକରାତ୍ମକ ରାଜନୀତି କରିଥାଏ । ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି । ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି ତେଣୁ ବିଜେପିକୁ କ୍ଷମତାକୁ ଆଣନ୍ତୁ ବୋଲି ଲୋକଙ୍କୁ ଅପିଲ କରିଛନ୍ତି ରାଜନାଥ ସିଂହ । ସେହିପରି ରାୟଗଡ଼ା ସହର ବାରିଝୋଲା ରୋଡ୍ IACR ଗ୍ରାଉଣ୍ଡରେ ଜନସଭାକୁ ସମ୍ବୋଧିତ କରିଛନ୍ତି ରାଜନାଥ ।କହିଛନ୍ତି ପୂର୍ବରୁ ଅନେକ ଥର ଓଡ଼ିଶା ଆସିଥିଲି। ଏଥର ମଧ୍ୟ ଓଡ଼ିଶା ଆସିଛି। କିନ୍ତୁ ଏଥର ସ୍ଥିତି ଅଲଗା ଦେଖାଯାଉଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାର କେତୋଟି ଲୋକସଭା ଆସନରେ ବିଜୟ ହାସଲ କରିବ ବୋଲି ପଚରାଗଲେ, କିଛି ଲୋକେ କହୁଥିଲେ ୨। ସେହିଭଳି ଅନ୍ୟମାନେ କହୁଥିଲେ ୭ ଅଥବା ୮। ଏଥର କିନ୍ତୁ ଓଡ଼ିଶାବାସୀ କହୁଛନ୍ତି, ୨୧ରୁ ୨୧ ଲୋକସଭା ଆସନରେ ବିଜେପି ଜିତିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଏହା କହିଛନ୍ତି। ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଆପଣଙ୍କର ବିଜେପି ସାଂସଦ ପ୍ରାର୍ଥୀ ବିଜୟୀ ହେଲେ ସଂସଦରେ ଭଲ କାମ କରିପାରିବେ। ଆପଣଙ୍କର ସମସ୍ୟାକୁ ଉପସ୍ଥାପନ କରିବେ। ଦେଶକୁ ଏଭଳି ଯୁବ ସାଂସଦ ଦରକାର ଅଛି।ଶ୍ରୀ ସିଂହ କହିଛନ୍ତି, କେନ୍ଦ୍ରରେ ବିଗତ ୧୦ ବର୍ଷ ହେଲା ମୋଦୀଙ୍କ ସରକାର ଜାରି ରହିଛି। ମୋଦୀଙ୍କ ସରକାର କେମିତି ଚାଲିଛି? ସ୍ବାଧୀନ ଭାରତରେ ଦୀର୍ଘ ଦିନ ଧରି କଂଗ୍ରେସ ସରକାର ରହିଛି। କିନ୍ତୁ ଏଠାରୁ ଗରିବୀ ହଟିନଥିଲା। କିନ୍ତୁ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଗରିବୀରୁ ଭଲ ସ୍ତରକୁ ଆସିଛନ୍ତି। ବିଶ୍ବର ଜନତା ଚାହୁଁଛନ୍ତି, ମୋଦୀ ଆଗକୁ ମଧ୍ୟ ସରକାର ଗଢ଼ନ୍ତୁ। ଏହି ଓଡ଼ିଶାରେ ବଡ଼ସଂଖ୍ୟାରେ ଗରିବୀ ଦେଖାଯାଉଥିଲା। କିନ୍ତୁ ପୂର୍ବ ତୁଳନାରେ ଏବେ ପରିବର୍ତ୍ତନ ଦେଖାଯାଉଛି। ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ହେବାର ଅଛି। ସମସ୍ତଙ୍କୁ ଶୌଚାଳୟ ଓ ଗ୍ୟାସ ମଧ୍ୟ ଦରକାର ଅଛି।ଡ଼ିଶାରେ ବିଜେପି ସରକାର ଆସିଲେ ଲୋକଙ୍କର ବହୁ ଅସୁବିଧା ଦୂର ହେବ। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କାର ଲେଖାଏଁ ଚିକିତ୍ସା ସୁବିଧା ମିଳିବ। ସେହିଭଳି ସବୁ ବର୍ଗର ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦେବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ରାଜନାଥ କହିଛିନ୍ତି, ଆମେ ଯାହା କହୁ, ତାହା କରୁ। ଏହା ଆମ ଚରିତ୍ର। ଆମେ ୩୭୦ ହଟାଇବୁ କହିଥିଲୁ, ହଟାଇଲୁ। ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ। ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି। ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ ବିଜେଡି ସରକାର ଦେଖିଲେ। ଏଥର ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣନ୍ତୁ।ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ଏହା ହେଉଛି ଜଗନ୍ନାଥଙ୍କ ମାଟି। ମହାପ୍ରଭୁଙ୍କ ପ୍ରତି ପୂରା ବିଶ୍ବର ଜନତାଙ୍କ ଗଭୀର ଶ୍ରଦ୍ଧା ରହିଛି। ଏଭଳି ମାଟିର ଜନତା ମୋର ଭବ୍ୟ ସ୍ବାଗତ କରିଛନ୍ତି। ମୁଁ ମଧ୍ୟ ଆପଣଙ୍କୁ ମୁଣ୍ଡ ନୂଆଇଁ ସ୍ବାଗତ କରୁଛି।

Breaking News