Report Card Odisha

| Daily Odia News

ନବରାତ୍ର ଦ୍ଵିତୀୟ ଦିନ,ବ୍ରହ୍ମଚାରିଣୀ ରୂପ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗତକାଲି ଠାରୁ ନବରାତ୍ର ଆରମ୍ଭ ହୋଇଥିବା ବେଳେ ଆଜି ଦ୍ଵିତୀୟଦିନ | ମା ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦିଅନ୍ତି |
ଏହି ରୂପରେ ମା’ଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ। ପ୍ରଥମ ଦିନରେ ମା’ ଶୈଳପୁତ୍ରୀ ରୂପରେ ପୂଜା ପାଇବା ପରେ ଆଜି ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ । ନବରାତ୍ରର ଦ୍ବିତୀୟ ଦିନରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ବ୍ରହ୍ମଚାରିଣୀ ରୂପରେ ଉପାସନା କରିଥାନ୍ତି । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ମା’ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା ପାଇଁ ଦେବୀଙ୍କ ନାମ ତପଶ୍ଚାରିଣୀ ଅର୍ଥାତ୍‌ ବ୍ରହ୍ମଚାରିଣୀ ହୋଇଛି । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି । ମା’ଙ୍କ ଏହି ସ୍ବରୂପକୁ ପୂଜା କଲେ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା’ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା । ମା’ଙ୍କ ଆରାଧନାରେ ତପ, ଶକ୍ତି, ତ୍ୟାଗ, ସଦାଚାର, ସଂଯମ ଓ ବୈଭବ ବୃଦ୍ଧି ହୋଇଥାଏ ଓ ଶତ୍ରୁଙ୍କୁ ପରାଜିତ କରି ମା’ ବିଜୟ ପ୍ରଦାନ କରିଥାନ୍ତି।

Breaking News