ରିପୋର୍ଟ କାର୍ଡ / ବ୍ରହ୍ମପୁରର
ଶପଥ ନେଲେ ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ। ଆଜି ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍ ଥାନା ଅଧିନ ବଡ଼ସାହିର ମୂଳବାସିନ୍ଦା ହେଉଛନ୍ତି ସଂଘମିତ୍ରା । ସେ ୧୯୯୮ ମସିହାରେ ଗଞ୍ଜାମ ଲ’ କଲେଜରୁ ଏଲ୍ଏଲ୍ବି ପାସ୍ କରିଛନ୍ତି । ସଂଘମିତ୍ରା ପେସାରେ ଜଣେ ଆଇନଜୀବୀ । ହେଲେ ସମାଜସେବା ପାଇଁ ବେ ବେଶ୍ ପରିଚିତ। ସଂଘମିତ୍ରା ଏବେ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅଛନ୍ତି । ସେହିପରି ୪୨ ଜଣ କର୍ପୋରେଟର ଶପଥ ନେଇଛନ୍ତି | ବ୍ରହ୍ମପୁର ମହାନଗର ନିଗମର ୪୨ଟି ଓ୍ୱାର୍ଡରୁ ବିଜେଡି ୩୦ଟିରେ ବିଜୟୀ ହୋଇଛି । ଏହାସହିତ ବିଜେପି ୭ଟି ଓ୍ୱାର୍ଡରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଏବଂ ଅନ୍ୟାନ୍ୟ ୪ଟି ଓ୍ୱାର୍ଡରେ ବିଜୟୀ ହୋଇଛନ୍ତି । ଶପଥ ଗ୍ରହଣ ସମାରୋହରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ବ୍ରହ୍ମପୁର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବି ବୋଲି କହିଛନ୍ତି ମେୟର୍ ସଂଘମିତ୍ରା ଦଳେଇ। ପ୍ରତି ୱାର୍ଡ ପରିଦର୍ଶନ କରି ସମସ୍ଯା, ଅସୁବିଧା ପରଖି ତାହାର ସମାଧାନ କରାଯିବ ବୋଲି କହିଛନ୍ତି ସଂଘମିତ୍ରା ଦଳେଇ।






More Stories
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….