ରିପୋର୍ଟ କାର୍ଡ / ଆନନ୍ଦପୁର
ନିର୍ମାଣାଧିନ ଅବସ୍ଥାରେ ଭାଙ୍ଗିଲା ସେତୁ | ଜାତୀୟ ରାଜପଥ ୨୦ର କୁସେଇ ସେତୁ ଭାଙ୍ଗିଯାଇଛି । ଜଣେ ଗୁରୁତର ଦୁଇ ଆହାତ ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି । ସକାଳୁ ଶ୍ରମିକ ମାନେ କାମ କରୁଥିବା ଅବସ୍ଥାରେ ସେତୁର ଗୋଟିଏ ଗାଡରକୁ ଏକ ପିଲର କପ୍ ଉପରେ ଉଠାଇବା ସମୟରେ ହଠାତ୍ ଅଧାରୁ ପିଲରକପ୍ଟି ଭାଙ୍ଗିଯାଇଥିଲା । ତାହା ସହିତ ସଂଯୋଗ ହୋଇଥିବା ଗାଜର ମଧ୍ୟ ତଳକୁ ଖସି ପଡିଥିଲା । କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲ୍ରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..