ରିପୋର୍ଟ କାର୍ଡ / ଅନୁଗୁଳ
ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଇଲାକା ମୁଣ୍ଡାସାହି ଛକ ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗର ଜବତ ହୋଇଛି | ଚୋରା କାରବାରରେ ଲିପ୍ତ ଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନାନୁଯାୟୀ, ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ନାଲକୋ ଥାନା ଅଞ୍ଚଳର ଝିଲି ସାହୁ । ସେ ଦୀର୍ଘଦିନ ହେଲା ବ୍ରାଉନସୁଗର ବେପାର ଚଳାଇଥିଲେ । ଏମିତିକି ତାଙ୍କ ପରିବାରର କିଛି ସଦସ୍ୟ ବ୍ରାଉନସୁଗର କାରବାରରେ ବନ୍ଧା ହୋଇଛନ୍ତି । କିଛିଦିନ ହେଲା ଅବକାରୀ ବିଭାଗ ଝିଲିଙ୍କ ଉପରେ ନଜର ରଖିଥିଲା । ସେ ଆଜି ସକାଳୁ ବ୍ରାଉନସୁଗର ଧରି ଆସୁଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଝିଲି ଓ ତାଙ୍କ ସହଯୋଗୀ ସ୍କୁଟିରେ ଆସୁଥିବା ବେଳେ ଅବକାରୀ ଟିମ୍ ମୁଣ୍ଡାସାହି ଛକ ନିକଟରେ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ୧୪୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗର ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ତାଳଚେର ଅବକାରୀ ଇନ୍ସପେକ୍ଟର ଅନିତା ଓଝା ଏହି ଚଢ଼ାଉରେ ସାମିଲ ଥିବା ଜଣାପଡ଼ିଛି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..