ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଟର୍ମ-୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କର ରେଜଲ୍ଟ ସେମାନଙ୍କର ସ୍କୁଲମାନଙ୍କରେ ଉପଲବ୍ଧ ହେବ । ଗତ ନଭେମ୍ବର ମାସ ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ସିବିଏସଇ ଟର୍ମ-୧ ପରୀକ୍ଷା ହୋଇଥିଲା । ତେବେ ଟର୍ମ ୨ ପରୀକ୍ଷା ନେଇ ସିବିଏସଇ ପକ୍ଷରୁ ଏକ ଡାଟାବେସ୍ ପ୍ରକାଶ ପାଇଛି । ଟର୍ମ-୧ର ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କୁ ଟର୍ମ ୨ରେ ପରୀକ୍ଷା ଦେବାକୁ ଅନୁମତି ମିଳିବ । ଟର୍ମ ୧ ଓ ଟର୍ମ ୨ ରେଜଲ୍ଟ, ଇଣ୍ଟରନାଲ ଆସେସମେଣ୍ଟ, ପ୍ରାକ୍ଟିକାଲ ସ୍କୋରକୁ ନେଇ ଫାଇନାଲ ସ୍କୋର ଘୋଷଣା କରାଯିବ ।
More Stories
ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ଗିରଫ….
ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଙ୍କ ପରିବାର, ସୁରକ୍ଷା ମାଗିଲେ…..
ସୁନିତା ଙ୍କୁ ପୃଥିବୀ କୁ ସ୍ୱାଗତ କଲେ ମୋଦି…..