ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନୁପ୍ରବେଶକାରୀ ଙ୍କ ଉଦ୍ୟମ ପଣ୍ଡ | ଜମ୍ମୁ ଆର୍ନିଆ ସେକ୍ଟରସ୍ଥିତ ସୀମାନ୍ତ ଅଞ୍ଚଳରୁ ଜଣେ ଅନୁପ୍ରବେଶକାରୀ ବିଏସ୍ଏଫ୍ ଯବାନଙ୍କ ହାତରେ ଧରାପଡ଼ିଛନ୍ତି | ଅନୁପ୍ରବେଶକାରୀ ଜଣକ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି। ସପ୍ତାହକ ମଧ୍ୟରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ଅନୁପ୍ରବେଶକାରୀ ଭାରତରେ ପଶିବାକୁ ଉଦ୍ୟମ କରିଛନ୍ତି। ଆଜି ସୀମାନ୍ତରେ ଜଣେ ସନ୍ଦିଗ୍ଧ ଭାରତ ସୀମାକୁ ପ୍ରବେଶ କରୁଥିବା ଯବାନଙ୍କୁ ସୂଚନା ମିଳିଥିଲା। ଏନେଇ ବିଏସ୍ଏଫ୍ ଯବାନ ଅପରେଶନ ଆରମ୍ଭ କରିଥିଲେ। ଏତିକି ବେଳେ ଆର୍ନିଆ ସେକ୍ଟରର ଆରଏସ୍ ପୂରା ଅଞ୍ଚଳରୁ ଅନୁପ୍ରବେଶକାରୀଙ୍କୁ ଯବାନ କାବୁକରି ନେଇଥିଲେ। ପରେ ଯବାନ ସମ୍ପୃକ୍ତ ଯୁବକଙ୍କୁ ଏକ ଗୋପନୀୟ ସ୍ଥାନରେ ରଖି ପଚରାଉଚୁରା କରୁଥିବା ଜଣାପଡିଛି। କେଉଁ ଉଦ୍ଦେଶ୍ୟରେ ସେ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିଲେ ତାହା ଜଣାପଡି ନାହିଁ। ଏଭଳି ସ୍ଥିତି କୁ ଦେଖି ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..