ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ କୋରାପୁଟ ବାସୀଙ୍କୁ ବିଏସକେୟାର ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି | ଏହି ସ୍ୱାସ୍ଥ୍ୟ ସେବାର ଲାଭ ପାଇବେ କୋରାପୁଟ ୧୨ ଲକ୍ଷରୁ ଅଧିକ ହିତାଧିକାରୀ । ଏହା ସହିତ ୮୬୬ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ପୂର୍ବତନ ମନ୍ତ୍ରୀ ଓ କୋରାପୁଟ ବିଧାୟକ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
କୋରାପୁଟରେ BSKY ସ୍ମାର୍ଟ କାର୍ଡ ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘୫ ବର୍ଷରେ ୫ ହଜାର ହେକ୍ଟର ଜମିରେ କରାଯିବ କଫି ଚାଷ । କୋରାପୁଟର କଫି ବିଶ୍ବ ସ୍ତରରେ ଏକ ବ୍ରାଣ୍ଡ ପାଲଟିଛି । କଫି କୋରାପୁଟର ମହିଳାମାନଙ୍କୁ ନିଯୁକ୍ତି ଦେଇଛି । BSKY ରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ମାଗଣା ମିଳିବ । ଚାଷୀ ହେଉ ବା ରିକ୍ସାବାଲା, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ୍ । ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ । ରାଜ୍ୟରେ BSKY ସ୍ମାର୍ଟ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ BSKY ଏକ ମାଇଲ ଖୁଣ୍ଟ । ୩.୫ କୋଟି ଲୋକ BSKY ସ୍ମାର୍ଟ କାର୍ଡର ସୁବିଧା ପାଇବେ । ଏଭଳି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।’
Discussion about this post