ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୨୭ ପ୍ରତିଶତ ରହିବ। କରୋନା ମହାମାରୀ ଯୋଗୁଁ ଦରଦାମ୍ ବୃଦ୍ଧି ଓ ଦୁର୍ବଳ ଅର୍ଥନୀତିକୁ ଦୃଷ୍ଟିରେ ରଖି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।ବଜେଟ୍ ରେ ଅନେକ ବଡ଼ ବଡ଼ ଘୋଷଣା କରାଯାଇଛି । ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି ଉପକରଣ, ମୋବାଇଲ ଚାର୍ଜର, ଚମଡ଼ା ସାମଗ୍ରୀ ଶସ୍ତା ହେବ। ସେହିପରି ହୀରା ଗହଣା, ରତ୍ନ ପଥର, କପଡ଼ା, ବିଦ୍ୟୁତ ଟ୍ରାନ୍ସଫର୍ମର ସାମଗ୍ରୀ ଶସ୍ତା ହେବ। ଷ୍ଟିଲ୍, ଇମିଟେସନ ଗହଣା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ବିଦେଶରୁ ଆମଦାନୀ ମେସିନ ଆଦି ମଧ୍ୟ ଶସ୍ତା ହେବ।
ସେହିପରି ବିଦେଶୀ ଛତା କିଣିବା ମହଙ୍ଗା ହେବ। ଛତା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଏହା ବ୍ୟତୀତ ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ କିଛି ରାସାୟନିକ ପଦାର୍ଥ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିମଧ୍ୟରେ ମିଥାନୋଲ୍ ମଧ୍ୟ ଅନ୍ତର୍ଭୁକ୍ତ। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏହା କରାଯାଇଛି ବୋଲି ସେ କହିଛନ୍ତି। ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଛାଡକୁ ଆଉ ଏକ ବର୍ଷ ବଢାଇବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
More Stories
ହେଜବୁଲ୍ଲାର ନୂଆ ମୁଖ୍ୟ ଶେଖ ନାଇମ କାସେମ …..
ମହାକାଶରୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁନିତା….
ବରିଷ୍ଠ ନାଗରିକଙ୍କୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ…..