ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି ଗରିବଙ୍କ କଲ୍ୟାଣ, ଦେଶର କଲ୍ୟାଣ। ଭାରତକୁ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା ଆମର ମୂଳ ଲକ୍ଷ୍ୟ ରହିଛି। ୪୭,୬୫,୭୬୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି। ଆୟକର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିନାହାଁନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ। ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବ। ବିର୍ତ୍ତୀୟ ନିଅଣ୍ଟକୁ ୪.୫ ପ୍ରତିଶତ ହ୍ରାସ କରାଯିବା ଲକ୍ଷ୍ୟ ରହିଛି। ୨୦୨୪-୨୫ରେ ବିର୍ତ୍ତୀୟ ନିଅଣ୍ଟ ୫.୧% ହେବା ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। କର୍ପୋରେଟ ଟିକସ ହାର ୩୦%ରୁ ୨୫%କୁ ହ୍ରାସ କରିବାକୁ ଘୋଷଣା କରାଯାଇଛି।
ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ
୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ
ବିକଶିତ ଭାରତ ପାଇଁ ରାଜ୍ୟମାନଙ୍କୁ ମିଳିବ ଋଣ
ବିନା ସୁଧରେ ରାଜ୍ୟମାନଙ୍କୁ ୭୫ ହଜାର କୋଟିର ଋଣ
ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର
ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁୁରୁତ୍ୱ ଦିଆଯାଉଛି
ଗରିବ କଲ୍ୟାଣ, ଦେଶର କଲ୍ୟାଣ
୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି
ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି
ଜିଡିପିକୁ ସରକାରଙ୍କ ଗୁରୁତ୍ୱ
ଜି-ଗଭର୍ଣ୍ଣାନ୍ସ, ଡି-ଡେଭଲପମେଣ୍ଟ, ପି-ପର୍ଫର୍ମାନ୍ସକୁ ଗୁରୁତ୍ୱ
୩ଟି ନୂଆ ରେଳ କରିଡର ସ୍ଥାପନ କରାଯିବ
ରେଳ ଓ ସମୁଦ୍ର ପଥକୁ ଯୋଡିବା ଯୋଜନା
୪୦ ହଜାର ସାଧାରଣ ବଗି ହେବ ବନ୍ଦେ ଭାରତ ବଗି
୫ ବର୍ଷରେ ଆଉ ୨ କୋଟି ପିଏମ ଆବାସ ନିର୍ମାଣ ଲକ୍ଷ୍ୟ
୫କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବା ଯୋଜାନା
ଇ-ଭେଇକିଲ ନିର୍ମାଣ ଉପରେ ଗୁରୁତ୍ୱ
ପର୍ଯ୍ୟଟନ ସ୍ଥଳ ଗୁଡିକରେ ବ୍ୟାପକ ବିକାଶ କରାଯିବ
ନାନୋ-ୟୁରିଆ ପରେ ନାନୋ-ଡିଏପି ଉପରେ ଫୋକସ୍
୨୦୨୫ରେ ବିତ୍ତୀୟ ନିଅଣ୍ଟ ୫.୧ ପ୍ରତିଶତ ରଖିବା ଲକ୍ଷ୍ୟ
ଗରିବ,ମହିଳା, ଯୁବପିଢି, ଅନ୍ନଦାତାଙ୍କ ଉପରେ ଫୋକସ୍
ଆୟୁଷ୍ମାନ ଭାରତ ଯୋଜନାରେ ଆଶା ଓ ଅଙ୍ଗନବାଡି ଦିଦି ସାମିଲ
ଜୁଲାଇ ବଜେଟ୍ରେ ବିକଶିତ ଭାରତର ରୋଡମ୍ୟାପ
ସ୍କିଲ୍ ଇଣ୍ଡିଆ ମିଶନରେ ୧.୪୦ କୋଟିଙ୍କୁ ତାଲିମ ଦିଆଯାଇଛି
୧୦ ବର୍ଷରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି
ସରକାରଙ୍କ ଲକ୍ଷ୍ୟ ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ
ଦୁଗ୍ଧ ଉତ୍ପାଦନରେ ମିିଳିବ ପ୍ରୋତ୍ସାହନ
ପିଏମ ମତ୍ସ୍ୟ ସମ୍ପଦ ଯୋଜନାକୁ ପ୍ରୋତ୍ସାହନ ଲକ୍ଷ୍ୟ






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..