ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଠାରୁ ମଧ୍ୟ ରାୟ ଲୋଡିଛନ୍ତି ରାଜ୍ୟ ସରକାର। ମୁଖ୍ରମନ୍ତ୍ରୀ କହିଛନ୍ତି, ଆମ ସରକାର ହେଉଛି ଲୋକଙ୍କ ସରକାର । ଆମ ପାଇଁ ଲୋକଙ୍କ ସ୍ବର ହେଉଛି ଭଗବାନଙ୍କ ସ୍ବର । ତେଣୁ ସରକାରଙ୍କ ବଜେଟ ପ୍ରସ୍ତୁତ ପ୍ରକ୍ରିୟା ଏବେ ସଚିବାଳୟରୁ ବାହାରି ଲୋକଙ୍କ ପାଖକୁ ଯାଇଛି । ଜନସାଧାରଣଙ୍କ ଠାରୁ ସେମାନଙ୍କ ବହୁମୂଲ୍ୟ ମତାମତ ଆହ୍ବାନ କରି ଅନୁଧ୍ୟାନ ଓ ତର୍ଜମା ପରେ ବଜେଟରେ ସ୍ଥାନୀତ କରାଯାଉଛି । ଏହା ସବୁ ଦୃଷ୍ଟିରୁ ଲୋକଙ୍କ ବଜେଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ପ୍ରାକ ବଜେଟ ପରାମର୍ଶ ସଭା ଅବସରରେ କହିଛନ୍ତି । ଲୋକସେବା ଭବନ କନଭେନସନ ହଲ ଠାରେ ଆୟୋଜିତ ପ୍ରାକ ବଜେଟ ପରାମର୍ଶ ସଭା ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନଙ୍କ ସହିତ ପ୍ରାକ ବଜେଟ ପରାମର୍ଶ ଆଲୋଚନା କରିଛନ୍ତି । ନିକଟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଜନମତରୁ ସଂଗ୍ରହ କରାଯାଇଥିଲା । ଆହୁରି ମଧ୍ୟ ଆଗକୁ କାର୍ଯ୍ୟକାରୀ ହେବାକୁ ଥିବା ଶ୍ରୀ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ, କଟକ-ଭୁବନେଶ୍ୱର-ପାରାଦୀପ-ପୁରୀ ଅର୍ଥନୈତିକ କରିଡର ପରିକଳ୍ପନା ଜନମତରୁ ଆସିଛି । ଜନମତ ଆଧାରରେ ନୀତି, ଯୋଜନା କାର୍ଯ୍ୟକ୍ରମରେ ମଧ୍ୟ ଆବଶ୍ୟକୀୟ ପରିବର୍ତ୍ତନ କରାଯାଉଛି । ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ଘୋଷଣାକୁ ନେଇ ସମସ୍ତଙ୍କଠୁ ସୁଚିନ୍ତିତ ମତାମତ ଓ ପରାମର୍ଶ ମୁଖ୍ୟମନ୍ତ୍ରୀ ଆହୱାନ କରିଥିଲେ । ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓ ବ୍ୟାପକ ଶିଳ୍ପାୟନ, ରୋଜଗାର ସୃଷ୍ଟି ଓ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିଛି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପ ଓ ରାଜ୍ୟସରକାରଙ୍କ ମହିଳା ଓ କୃଷକମାନଙ୍କ ଲାଗି ନିଆଯାଉଥିବା ପଦକ୍ଷେପ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଚଳଚଞ୍ଚଳ କରିଛି । ୨୦୨୬-୨୭ ରେ ମଧ୍ୟ କେନ୍ଦ୍ର ବଜେଟରେ ମଧ୍ୟ ଓ ପାଇଁ ଅନେକ ପଦକ୍ଷେପ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ଓ ଦେଶରେ ପ୍ରାଥମିକତା ମିଳୁଛି । ୨୦୨୬-୨୭ ବଜେଟ ପ୍ରସ୍ତୁତି ପାଇଁ ୱେବ ପୋର୍ଟାଲ, ଇ-ମେଲ, ଏସ.ଏମ.ଏସ., ହ୍ବାଟସଆପ ଜରିଆରେ ବହୁ ସଂଖ୍ୟାରେ ସୁଚିନ୍ତିତ ମତାମତ ଆସିବାରେ ଲାଗିଛି । ଲୋକଙ୍କ ସରକାରରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ ଏବଂ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବ ।ବୈଠକ ପରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି , ଚଳିତ ବଜେଟରେ ମଧ୍ୟବିତ୍ତ କୃଷି ଖାଉଟି ସଭିଙ୍କୁ ପ୍ରାଥମିକତା ଦିଆଯାଇଛି । ଏହା ସହିତ ଶିକ୍ଷା , ସ୍ବାସ୍ଥ୍ୟ , ପ୍ରଯ୍ୟୁକ୍ତିବିଦ୍ୟା, ଟେଲିକମ , ନିଯୁକ୍ତି ଆଦି ଦିଗ ଉପରେ ଅଧିକ ଫୋକସ ଦିଆଯିବ। ପ୍ରତିଟି ଜଣ ସାଧାରଣ କିଭଳି ଏହି ବଜେଟରେ ଉପକୃତ ଦେବେ ଏହା ହେଉଛି ମୂଳ ଲକ୍ଷ୍ୟ।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..