ରିପୋର୍ଟ କାର୍ଡ / କଟକ
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ କରିବାକୁ କେନ୍ଦ୍ରୀୟ ବଜେଟ ରେ ବ୍ୟବସ୍ଥା କରାଯାଇଛି । ୩ ଟି ସଂସ୍କାର ଯଥା ଡିଜିଟାଲ ପରିବର୍ତ୍ତନ, ଶାସନ ପ୍ରକ୍ରିୟାରେ ସରଲତା, ନିର୍ମ।ଣଗତ ସଂସ୍କାର ଉପରେ ଗୁରୁତ୍ବ ଦିଆଯାଇ ଗ୍ରାମାଞ୍ଚଳ ରାସ୍ତା ଓ ଇଣ୍ଟରନେଟ ସଂଯୋଗ ଦୃତ୍ ଗତିରେ ବୃଦ୍ଧି ବ୍ୟବସ୍ଥା ଚଳିତ ବଜେଟ ରେ କରାଯାଇଛି ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି । କଟକ ବୁଦ୍ଧିଜୀବୀ ପ୍ରକୋଷ୍ଠ ର ଷଷ୍ଠ ତମ ଆଭାସି ଆଲୋଚନା ବିଜେପି କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ବାଳ ଙ୍କ ନିର୍ଦ୍ଦେଶ ମତେ ଅନୁଷ୍ଠିତ ହୋଇଯାଇଛି । ଚାର୍ଟର ଆକାଉଣ୍ଟାଣ୍ଟ ମିହିର ସାହୁ, ପ୍ରଫେସର ଉମାଶଙ୍କର ମିଶ୍ର ବଜେଟ ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ । ସଭା କୁ ସଂଯୋଜନା କରି ବୁଦ୍ଧିଜୀବୀ ବରଦା ପ୍ରସନ୍ନ ଦାସ ଗତ ବର୍ଷ ବଜେଟ ରେ ୮ ଲକ୍ଷରୁ ୧୨ ଲକ୍ଷ୍ୟ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆୟକର ଛାଡ କରିବା ଓ ଚଳିତ ବର୍ଷ ଠାରୁ ଲାଗୁ ହେବା ଏ ସରକାର ଙ୍କ ସ୍ଵତନ୍ତ୍ର ପଦକ୍ଷେପ ବୋଲି କହିଥିଲେ । କଟକ ବାରବାଟି ର ନବ ନିଯୁକ୍ତ ପ୍ରଭାରୀ ପ୍ରକାଶ ବଢ଼ଜେନା ଯୋଗଦେଇ ଆଲୋଚନା କରିଥିଲେ । ଶେଷରେ ଜ୍ୟୋତି ପ୍ରକାଶ ମଲ୍ଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।






More Stories
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…..