ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାନୁଆରି ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ | ଏପ୍ରିଲ୍ ୬ ତାରିଖରେ ଶେଷ ହେବ ବୋଲି ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ସାଧାରଣ ବିରତି ଦିନଗୁଡ଼ିକୁ ଛାଡ଼ି ୬୬ ଦିନର ସମୟ ଅବଧିରେ ସମୁଦାୟ ୨୭ଟି ଅଧିବେଶନ ବସିବ ବୋଲି ମଧ୍ୟ ସେ କହିଛନ୍ତି। ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ବୋଧନ ସହିତ ଏହି ବଜେଟ୍ ଅଧିବେଶନ ଆରମ୍ଭ ହେବ। ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇ ମାର୍ଚ ୧୨ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନର ବିରତି ହେବ। ଅଧିବେଶନର ବିରତି ସମୟରେ ବିଭିନ୍ନ ବିଭାଗ ସହିତ ଜଡ଼ିତ ଥିବା ‘ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍ କମିଟି’ ଆର୍ଥିକ ମଞ୍ଜୁରି ପାଇଁ ଉପସ୍ଥାପିତ ଦାବି ସବୁ ଯାଞ୍ଚ କରିବା ସହିତ ସମ୍ପୃକ୍ତ ମନ୍ତ୍ରାଳୟ ଓ ବିଭାଗଗୁଡ଼ିକୁ ରିପୋର୍ଟ କରିବେ।ଏହି ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଆଗତ ଧନ୍ୟବାଦ ପ୍ରସ୍ତାବରେ ହୋଇଥିବା ବିତର୍କର ଉତ୍ତର ଦେବେ। ସେହିପରି, ଅର୍ଥମନ୍ତ୍ରୀ କେନ୍ଦ୍ର ବଜେଟ୍ ଉପରେ ହୋଇଥିବା ବିତର୍କ ଉତ୍ତର ରଖିବେ |
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..