ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ମୁମ୍ବାଇ ମହାନଗର ନିଗମର କୁର୍ଲା ଅଞ୍ଚଳର ନାଇକ ନଗରରେ ଏକ ୪ ମହଲା କୋଠା ଭୁଷୁଡ଼ି ପଡ଼ିଛି। ଏହି କୋଠାରେ ୨୦ରୁ ୨୫ ଲୋକ ଫସି ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଉଦ୍ଧାର କରାଯାଇଥିବା ମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେହି ମୃତାହତ ହୋଇନଥିବା ସେଠାକାର କର୍ପୋରେଟର ପ୍ରବୀଣ ମୋରାଜକର କହିଛନ୍ତି। ମହାରାଷ୍ଟ୍ରର ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ଯେ, ଆହତ ଲୋକମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା କେତେ ଜଣ ସେହି କୋଠାରେ ଫସି ରହିଛନ୍ତି। ତେବେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମଙ୍ଗଳବାର ଉକ୍ତ କୋଠାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯିବ। ମୁମ୍ବାଇରେ ଏଭଳି କେତେକ ବିପଦପୂର୍ଣ୍ଣ କୋଠା ରହିଛି ତାହାର ତଦାରଖ କରାଯାଇ ସେମାନଙ୍କୁ ନୋଟିସ ଦିଆଯିବ ବୋଲି ସେ କହିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..