ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିଶା ମାଫିଆଙ୍କୁ ଆଉ ନିସ୍ତାର ନାହିଁ । ମାଫିଆଙ୍କୁ ‘ଅପରେସନ ପ୍ରହାର’ ଜରିଆରେ କଡା ପ୍ରହାର କରିଛି ବିଏମସି । ଭୁବନେଶ୍ବର ସାଲିଆ ସାହିରେ ବୁଲିଲା ବୁଲଡୋଜର । ବିଏମସି ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ବୁଲିଲା ବୁଲଡୋଜର । ମାଟିରେ ମିଶିଲା ଦେଶୀ ମଦ ଭାଟି । ଗତକାଲି ଅବକାରୀ ବିଭାଗ ପକ୍ଷରୁ ରେଡ଼ କରାଯାଇ ୧୬ ହଜାର ଲିଟର ପୋଚ ସହ ୨ ହଜାର ଲିଟର ଦେଶୀ ମଦ ନଷ୍ଟ କରାଯାଇଥିଲା । ସିକ୍ରେଟ ଚାମ୍ବରରେ ଦେଶୀ ମଦ ଗଚ୍ଛିତ ହୋଇ ରହିଥିଲା । ଆଉ ଆଜି ବିଏମସି ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ମାଟିରେ ମିଶୁଛି ମାଫିଆଙ୍କ ଘର ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..