Report Card Odisha

| Daily Odia News

ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର…..

ରିପୋର୍ଟ କାର୍ଡ / ଜଗତସିଂହପୁର

ଭାରତରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପସ୍ଥିତିକୁ ନେଇ ସାରା ଦେଶରେ ଚିନ୍ତାପ୍ରକଟ କରାଯାଉଛି। ଏଭଳିସ୍ଥିତିରେ ଜଗତସିଂହପୁର ଜିଲ୍ଲା ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ ’ବାଂଲାଦେଶୀ’ଙ୍କ ଘରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ମାଜିଷ୍ଟ୍ରେଟ ଏବଂ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ସନ୍ଦିଗ୍ଧ ’ବାଂଲାଦେଶୀ’ଙ୍କ ୧୦ ବଖରା ଘରକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ମାମଲାକୁ ଗୁରୁତର ସହ ନିଆଯାଇଛି। ସବୁ ଦିଗରୁ ତଦନ୍ତ ଚାଲିଛି। କେମିତି ଆସିଲେ, କ’ଣ ଲିଙ୍କ ଅଛି, କିଏ ଆଣି ରଖିଲା ସେନେଇ ତଦନ୍ତକୁ ଜୋରଦାର କରାଯାଇଛି। ଯିଏ ବି ଦୋଷୀ ସାବ୍ୟସ୍ତ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଗତସିଂହପୁର ଜିଲାପାଳ ଗଣମାଧ୍ୟମକୁ କହିଛନ୍ତି।

Breaking News