ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ବଡଧରଣର ଜବର ଦଖଲ ଉଚ୍ଛେଦ ହୋଇଛି। ରାଜଧାନୀରେ ବିଡିଏ ପକ୍ଷରୁ ଏହା ହେଉଛି ସବୁଠାରୁ ବଡ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ପ୍ରାୟ ୬୮ ଏକର ଜମିରେ ଥିବା ଏହି ଜବରଦଖଲକୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୨୦ରୁ ଅଧିକ ପୋଲିସ ଅଧିକାରୀ, ବିଡିଏର ୧୫୦ ଜଣିଆ ଟିମ୍ ମଧ୍ୟ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଭଳି କି ୧୦ଟି ଜେସିବି ଉଚ୍ଛେଦ କାର୍ଯ୍ୟରେ ରହିଛନ୍ତି। ଏହି ସ୍ଥାନରେ ଦୀର୍ଘ ଦିନ ହେବ ଜବରଦଖଲ ରହିଥିବା ବେଳେ ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ଏହି ଉଚ୍ଛେଦ ଜାରି ରହିବ।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..