Report Card Odisha

| Daily Odia News

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର,ଲାଗିଛି ଡିସପୋଜାଲ ପାଇପ୍…..

ରିପୋର୍ଟ କାର୍ଡ / କଳାହାଣ୍ଡି

ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି | ଏଭଳି ଜଘନ୍ୟକାଣ୍ଡ ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ନିକଟ ମେରିଆବନ୍ଦଲିରେ | ଆଜି ସକାଳୁ ରାସ୍ତା କଡ଼ରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମହିଳାଙ୍କ ମୁହଁ ସମେତ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ବେଳେ ତାଙ୍କ ହାତରେ ଲାଗିଛି ଡିସପୋଜାଲ ପାଇପ୍ । ମହିଳାଙ୍କ ଚିହ୍ନଟ ହୋଇ ପାରି ନ ଥିବା ବେଳେ ଯାଞ୍ଚ ପାଇଁ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ଆସୁଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ- ଆଜି ସକାଳୁ ମେରିଆବନ୍ଦଲି ଅଞ୍ଚଳରେ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ଖୋଜାଖୋଜି କରି ଜଣେ ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହରୁ ସାଂଘାତିକ ଦୁର୍ଗନ୍ଧ ବାହାରୁଥିବାରୁ ୨ରୁ ୩ ଦିନ ତଳେ ତାଙ୍କୁ ପୋଡ଼ା ଯାଇ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଜୁନାଗଡ଼ର ବରିଷ୍ଠ ଅଧିକାରୀଙ୍କ ସମେତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମହିଳାଙ୍କ ମୃତଦେହ ନିକଟରେ ଶାଢୀ, ବେଡସିଟ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି।

Breaking News