Report Card Odisha

| Daily Odia News

ଯାତ୍ରୀବାହୀ ବସ ଦୁର୍ଘଟଣା ,୪୦ ଆହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଗ୍ରା- ଲଖନଉ ଏକ୍ସପ୍ରେସୱେରେ ପୁଣି ଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ବାଙ୍ଗରମଉ କୋତବାଲୀ କ୍ଷେତ୍ର ଅନ୍ତର୍ଗତ ସିରଧରପୁର ଗାଁ ନିକଟରେ ଏକ୍ସପ୍ରେସୱେରେ ଚାଳକର ଆଖି ଲାଗିଯିବାରୁ ଏକ ଯାତ୍ରୀବାହୀ ବସ୍‍ ଡିଭାଇଡର କୁ ଧକ୍କା ଦେଇ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସଭିଁଙ୍କୁ ଉଦ୍ଧାର କରାଯାଇ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ଏଥିରେ ୨ ଜଣଙ୍କ ଘଟଣା ସ୍ଥଳରେ ଓ ଅନ୍ୟ ଜଣଙ୍କ ଚିିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଉକ୍ତ ବସଟି ରାଜସ୍ଥାନ ଜୟପୁରରୁ ଦରଭଙ୍ଗା ଯାଉଥିଲା। ସେହି ସମୟରେ ଚାଳକର ଆଖି ଲାଗିଯିବାରୁ ବସଟି ଡିଭାଇଡର ପିଟି ହୋଇ ଓଲଟି ପଡିଥିଲା। ଘଟଣା ପରେ ଜୋରରେ ଚିତ୍କାର ଶୁଣାଯାଇଥିଲା। ପ୍ରଥମେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାରକାରୀ ଦଳ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉଠାଯାଇଛି।

Breaking News