ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକର ହୁବଲୀ ଅଞ୍ଚଳରେ ଆଜି ଏକ ଯାତ୍ରୀବାହୀ ବସ ଓ ଟ୍ରଲର ମଧ୍ୟରେ ଧକ୍କା ହୋଇ ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି | ପୋଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, କୋହ୍ନାପୁରରେ ଯାତ୍ରୀବାହୀ ବସଟି ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ବିଳମ୍ବିତ ରାତି ପ୍ରାୟ ୧୨ଟା୩୦ରୁ ୧ଟା ମଧ୍ୟରେ ଧାରବାଡ ଅଭିମୁଖେ ଯାଉଥିବା ଟ୍ରେଲର ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ବସ ଚାଳକର ଭୁଲ୍ କାରଣରୁ ଘଟିଛି ବୋଲି କୁହାଯାଉଛି। ବସ ଚାଳକ ଓଭରଟେକ୍ କରିବାକୁ ଚେଷ୍ଟା କରିବା ସମୟରେ ଦୁର୍ଘଟଣା ଘଟିଛି। ଏହାସହ ଦୁଇ ଜଣ ଚାଳକଙ୍କ ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..