ରିପୋର୍ଟ କାର୍ଡ / କେନ୍ଦ୍ରାପଡା
କେନ୍ଦ୍ରାପଡ଼ା ଜିଲ୍ଲା ଗଣ୍ଡାକିଆ ରାସ୍ତାର ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଏକ ଯାତ୍ରୀବାହୀ ବସ୍ ଓ ଜେସିବି ମୁହାଁମୁହିଁ ଧକ୍କା ହୋଇଛି | ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ- ଆଜି ସକାଳେ ବସ୍ଟି ଗଣ୍ଡାକିଆରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ବୀପରିତ ଦିଗରୁ ଆସୁଥିବା ଜେସିବି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବସ୍ରେ ଡ୍ରାଇଭର ସମେତ ୫୦ରୁ ଅଧିକ ଯାତ୍ରୀ ଥିଲେ। ହେଲେ ଦୁର୍ଘଟଣାରେ ଜେସିବି ଡ୍ରାଇଭରର କିଛି ହୋଇ ନାହିଁ। ପୋଲିସ ବସ୍ ଓ ଜେସିବିକୁ ଜବତ କରି ଘଟଣାର ତଦନ୍ତ କରୁଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..