ରିପୋର୍ଟ କାର୍ଡ / ମୋହନା
ଗଜପତି ଜିଲ୍ଲା ମୋହନା ଥାନା ରାଇସିଙ୍ଗ ଘାଟିରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଘାଟି ତଳକୁ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୩ ଯାତ୍ରୀ । ସୂଚନା ଅନୁଯାୟୀ, ଗତ ରାତିରେ କନ୍ଧମାଳ ଜିଲ୍ଲା କୋଠଗଡ଼ରୁ ମୁନିଗୁଡ଼ା ହୋଇ ବ୍ରହ୍ମପୁର ଅଭିମୁଖେ ‘କାମଧେନୁ’ ନାମକ ଘରୋଇ ବସ୍ଟି ଯାଉଥିଲା । ବସ୍ରେ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଥିଲେ। ରାତି ପ୍ରାୟ ୩ଟା ପରେ ଗାଡ଼ିଟି ରାଇସିଙ୍ଗ ଘାଟି ଅତିକ୍ରମ କରୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଖବର ପାଇ ସଙ୍ଗେସଙ୍ଗେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ବସ୍ରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ସମସ୍ତ ଯାତ୍ରୀ ବ୍ରହ୍ମପୁର ଓ ଦିଗପହଣ୍ଡି ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ଅନ୍ୟ ଗାଡ଼ି ଯୋଗେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯାଇଛି। ପୋଲିସ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……