Report Card Odisha

| Daily Odia News

ଜଳିଗଲା ବସ୍‌: ୨୦ ଜୀବନ୍ତ ଦଗ୍ଧ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ଘରୋଇ ବିଳାସପୂର୍ଣ୍ଣ ବସ୍‌ ଏକ ମୋଟର ସାଇକେଲ ସହିତ ଧକ୍କା ହେବା ପରେ ନିଆଁ ଲାଗି ସପୂର୍ଣ୍ଣ ଜଳିଯାଇଛି । ଏହି ଦୁର୍ଘଟଣାରେ ୨୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଯାତ୍ରୀମାନେ ବସରୁ ଡେଇଁ ପଡି ନିଜ ଜୀବନ ରକ୍ଷା କରିବାକୁ ପ୍ରୟାସ କରିଥିଲେ । ଆଉ କେତେକ ଯାତ୍ରୀ ଆହାତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସଟି ୪୦ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବସଟି କାବେରୀ ଟ୍ରାଭେଲ୍ସର ମାଲିକାନାରେ ଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ବସରେ ନିଆଁ ଲାଗିବା ମାତ୍ରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଜରୁରୀକାଳିନ ପ୍ରସ୍ଥାନ ଫାଟକରୁ ଡେଇଁ ପଡିଥିଲେ । ବସର ସମ୍ମୁଖ ଭାଗ ଏବଂ ବାଇକ ମଧ୍ୟରେ ଧକ୍କା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଧକ୍କା ହେବା ଫଳରେ ବାଇକଟି ପ୍ରାୟ ୩୦୦ରୁ ୪୦୦ ମିଟର ଘୋଷାଡି ହୋଇଥିଲା । ଫଳରେ ଗାଡିରୁ ପେଟ୍ରୋଲ ଢାଳି ହେବାରୁ ନିଆଁ ଲାଗି ଯାଇଥିଲା । ବାଇକ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

Breaking News