6ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟର ଟର୍ମିନାଲ ୩ରେ ଏୟାର ଇଣ୍ଡିଆର ଏକ ବିମାନଠାରୁ ମାତ୍ର କେଇ ମିଟର ଦୂରରେ ଏକ ବସ୍ରେ ନିଆଁ ଲାଗିଯାଇଛି। ତୁରନ୍ତ ଉକ୍ତ ବସ୍କୁ ବେ’ ୩୨ରୁ ହଟାଇ ଦିଆଯାଇଥିଲା। ଏସ୍ଏଟିଏସ୍ ଏୟାରପୋର୍ଟ ସର୍ଭିସେସ୍ ପ୍ରା.ଲିଃ ଦ୍ୱାରା ପରିଚାଳିତ ଏହି ବସ୍ ବିଭିନ୍ନ ଏୟାଲାଇନ୍ସକୁ ଗ୍ରାଉଣ୍ଡ ସେବା ଯୋଗାଇଥାଏ। ମଙ୍ଗଳବାର ଅପରାହ୍ନରେ ହଂକଂରୁ ଆସି ଦିଲ୍ଲୀରେ ଅବତରଣ କରିଥିବା ଏୟାର ଇଣ୍ଡିଆ ବିମାନର ଯାତ୍ରୀମାନଙ୍କୁ ନେବା ପାଇଁ ବସ୍ଟି ସେଠାକୁ ଯାଇଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା। ସେଠାରେ ଉପସ୍ଥିତି ଥିବା ଏୟାରପୋର୍ଟ ଏଆର୍ଏଫ୍ଏଫ୍ ଟିମ୍ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗିବା ସମୟରେ ବସ୍ଟି ସମ୍ପୂର୍ଣ୍ଣ ଖାଲି ଥିବାରୁ କେହି ଆହତ ହୋଇନାହାନ୍ତି। ସିଏନ୍ଜିରେ ଚାଲୁଥିବାବେଳେ ବୈଷୟିକ ତ୍ରୁଟିରୁ ନିଆଁ ଲାଗିଯାଇଥିବା ସିଆଇଏସ୍ଏଫ୍ କହିଛି। ନିଆଁକୁ ଆୟତ୍ତ କରାଯିବା ପରେ ବିମାନ ସେବା ସ୍ବାଭାବିକ ରହିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।





More Stories
ସୁନା ଅଳଙ୍କାର ପିନ୍ଧିବା ମନା! ଦେବାକୁ ପଡିବ ଜରିମାନା…..
ମୋଦି-ଜିନପିଙ୍ଗ ବଡ଼ ଡିଲ୍……
ରାଫେଲରେ ଉଡିଲେ ରାଷ୍ଟ୍ରପତି……