Report Card Odisha

| Daily Odia News

ଘାଟି ରୁ ଖସିଲା ବସ୍, ୨ ମୃତ , ୧୫ ଆହତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବ୍ରହ୍ମପୁରରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଘାଟିରେ ଏକ ବସ ଓଲଟି ପଡ଼ିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସଟିରେ ୩୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲା | ସୂଚନା ମୁତାବକ, ଗଞ୍ଜାମ ଜିଲ୍ଳା ପାତ୍ରପୁର ବ୍ଲକ ସୀମାନ୍ତ କାନକଟା ଘାଟିରେ ବସ୍ ଦୁର୍ଘଟଣା ଘଟିଛି । ବସଟି ପାତ୍ରପୁର ବ୍ଲକରୁ ଗଜପତି ଜିଲ୍ଲା ରାୟଗଡ଼ା ଅଭିମୁଖେ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ପରେ ଘଟଣାସ୍ଥଳରେ ଖରିଆଗୁଡ଼ା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସମସ୍ତ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ତେବେ ଆହତ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ତେଣୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି ।

Breaking News