Report Card Odisha

| Daily Odia News

ଗୋଟିଏ ଦିନକରେ ୭ ବସ ରୁ ଚୋରି…..

ରିପୋର୍ଟ କାର୍ଡ / ବଲାଙ୍ଗୀର

ଗୋଟିଏ ଦିନକରେ ୭ଟି ବସରେ କଳା କନା ବୁଲାଇଛନ୍ତି ଚୋର। ଏଭଳି ଘଟଣା ସାମ୍ନାକୁ ଆସିଛି କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ। ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର, ଜୟପୁର, ଭବାନୀପାଟଣାରୁ ଆସୁଥିବା ବସ କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରାତିରେ ରହି ସକାଳୁ ବାହାରିଥାଏ। ବସରୁ ମୋଇବାଲ, ଟଙ୍କା ସହ ଗାଡି କର୍ମଚାରୀ ମାନେ ବ୍ୟବହାର କରୁଥିବା କପଡା ମଧ୍ୟ ନେଇଯାଇଛନ୍ତି। ତେବେ ବସ ଷ୍ଟାଣ୍ଡରେ ପାଟ୍ରୋଲିଂକୁ ଆହୁରି କଡାକଡି କରିବାକୁ ବସ କର୍ମଚାରୀ କରିଛନ୍ତି। ଏହସହ ତଦନ୍ତ କରି ଚୋରକୁ ଧରିବାକୁ ଦାବି ହୋଇଛି।

Breaking News