ରିପୋର୍ଟ କାର୍ଡ /ଗଞ୍ଜାମ
ଶୁକ୍ରବାର ଭୋର୍ ସମୟରେ କଳିଙ୍ଗା ଘାଟିର ଅନ୍ଧାରୀକୋଟି ମନ୍ଦିର ବୁଲାଣିରେ ଏକ ବସ୍ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଭଞ୍ଜନଗର ଏବଂ ଜି. ଉଦୟଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ଏବଂ ଜି ଉଦୟଗିରି ହସ୍ପିଟାଲକୁ ପଠାଇଛି। ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟି ପ୍ରାୟ ଦୁଇମାସ ଗମନାଗମନ ବନ୍ଦ ରହିବା ପରେ ଗତ ସପ୍ତାହରେ ଚାରି ଚକିଆ ଯାନ ଏବଂ ଦୁଇ ଚକିଆ ଯାନ ଯାତାୟାତ ପାଇଁ ଅନୁମତି ମିଳିଥିଲା। ବସ୍ ଟ୍ରକ୍ ଯାତାୟାତ ପାଇଁ ଅନୁମତି ମିଳୁ ନ ଥିଲା। କିନ୍ତୁ ଗୁରୁବାର ରାତିରେ ବୁର୍ଲାରୁ ଶ୍ରୀରାମ ବସ୍ ବ୍ରହ୍ମପୁର ଅଭିମୁଖେ ପ୍ରାୟ ୨୫ ଜଣ ଯାତ୍ରୀ ନେଇ ଆସୁଥିଲା।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..