ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ କରୋନା ସଂକ୍ରମଣ ବଢିବଢି ଚାଲିଛି | ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ନୂଆପଡ଼ାରୁ ପଡୋଶୀ ରାଜ୍ୟ ଛତିଶଗଡ଼କୁ ବନ୍ଦ ହୋଇପାରେ ବସ୍ ସେବା । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ରାଜ୍ୟରେ ପୁଣିଥରେ କରୋନା ନିଜର କାୟା ବିସ୍ତାରେ କରୁଥିବା ବେଳେ ସୀମାବର୍ତ୍ତୀ ଜିଲ୍ଲା ଚିନ୍ତା ବଢ଼ାଉଛି। ବିଶେଷ କରି ନୂଆପଡ଼ା ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କର ଛତିଶଗଡ଼ ଲିଙ୍କ ଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି। ତେଣୁ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏପରି କଡ଼ା ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଥିବା ନେଇ ସୂଚନା ମିଳିଛି ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……